ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ

ସୁସ୍ମିତା ପାଖରିନଙ୍କ ଦ୍ୱାରା ଅପଲୋଡ଼ ହୋଇଥିବା ହ୍ୟାପି ସିକ୍କିମ ଭିଡିଓର ସ୍କ୍ରିନସଟ

ସୁସ୍ମିତା ପାଖରିନଙ୍କ ଦ୍ୱାରା ଅପଲୋଡ଼ ହୋଇଥିବା “ହ୍ୟାପି ସିକ୍କିମ” ଭିଡିଓର ସ୍କ୍ରିନସଟ

ଅନଲାଇନରେ ଅପଲୋଡ଼ ହୋଇଥିବା ଆମେରିକାନ କଣ୍ଠଶିଳ୍ପୀ ଓ ପ୍ରଯୋଜକ ଫାରେଲ ଉଇଲିଅମ୍ସଙ୍କ ଲିଖିତ, ପ୍ରଯୋଜିତ ଓ ଅଭିନୀତ “ହ୍ୟାପି” ଏହି ବର୍ଷର ଆରମ୍ଭରେ ଜଗତର ଅନେକ ସ୍ଥାନରେ ଉତ୍ତୋଳିତ ହୋଇଥିବା ଅଗଣିତ ଶ୍ରଦ୍ଧାଞ୍ଜଳି ଭିଡିଓ ମାନଙ୍କ ଭିତରେ ଖୁବ ଚର୍ଚ୍ଚିତ ହୋଇଥିଲା ।

ମୋଟରୁ ନ କରିବା ଠାରୁ ବିଳମ୍ବରେ କରିବା ନୀତିରେ, ଲେନ୍ସ କ୍ରାଫ୍ଟ ପ୍ରଡକସନର ସୁସ୍ମିତା ପାଖରିନ ହିମାଳୟ ପର୍ବତ ଉପର ଜମିରେ ବାନ୍ଧି ହୋଇଥିବା ଭାରତୀୟ ରାଜ୍ୟ ସିକିମ ନିମନ୍ତେ ଏକ ସଂସ୍କରଣ ତିଆରି କରିଛନ୍ତି ।

ଭିଡିଓଟି ଅଗଷ୍ଟ ୨୮, ୨୦୧୪ରେ ଇଉଟିଉବରେ ଅପଲୋଡ ହୋଇଥିଲା ଓ ଏହାର ଉଚ୍ଚମାନର ନିର୍ମାଣଶେଳୀ ନିମନ୍ତେ ପ୍ରଶଂସାଲାଭ କରିଥିଲା ।

ଅନଲାଇନ ସମ୍ବାଦ ସାଇଟ ସିକିମ ନାଓରେ ସାକ୍ଷାତକାର ଦେଇ ସୁସ୍ମିତା କହିଛନ୍ତି:

We have tried to showcase the scenic beauty of Sikkim along with well-known and upcoming artists of the state.

ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.