ହାତୀଙ୍କ ଆକ୍ରମଣରୁ ରକ୍ଷା କରିବ ଭାରତୀୟ ବୈଜ୍ଞାନିକଙ୍କ ପ୍ରଯୁକ୍ତି ବିଦ୍ୟା

ଦିମାପୁରରେ ହାତୀମାନେ ରହିବା ଘରସବୁ ଭାଙ୍ଗିଦେଇଛନ୍ତି। କାଇଶି ମାଓଙ୍କ ଛବି। ସ୍ଵତ୍ଵାଧିକାର: Demotix (୨୧/୬/୨୦୧୨)

ଦିମାପୁରରେ ହାତୀମାନେ ରହିବା ଘରସବୁ ଭାଙ୍ଗିଦେଇଛନ୍ତି। କାଇଶି ମାଓଙ୍କ ଦେଇ ଉତ୍ତୋଳିତ ଫଟୋ । କପିରାଇଟ: Demotix (୨୧/୬/୨୦୧୨)

ପ୍ରତିବର୍ଷ ଭାରତରେ ବଣୁଆ ହାତୀ ଆକ୍ରମଣରେ ବହୁ ଲୋକ ପ୍ରାଣ ହରାଉଛନ୍ତି । ପ୍ରକୃତି ସଂରକ୍ଷଣ ପ୍ରତିଷ୍ଠାନ ( ଏନଏଫସି ) ବୈଜ୍ଞାନିକ ଆନନ୍ଦ କୁମାର ଓ ଗବେଷକ ଗଣେଶ ରଘୁନନ୍ଦନ ତାମିଲନାଡୁର ବାଲାପରାଇରେ ହାତୀ ଆଉ ମଣିଷମାନଙ୍କ ମଧ୍ୟରେ ହଉଥିବା ସଂଘର୍ଷରୁ ବଞ୍ଚିବାପାଇଁ ଏକ ନୂଆ ପଦ୍ଧତି ବାହାର କରିଛନ୍ତି।

ହାତୀମାନେ କେଉଁ ଦିଗକୁ ଯାଉଛନ୍ତି ତାହା ଜାଣିବା ପାଇଁ ସେମାନେ ଏକ ଏଲେଫାଣ୍ଟ ଇନଫରମେସନ ନେଟୱର୍କ ତିଆରି କରିଛନ୍ତି। ଏଥିପାଇଁ ସ୍ଥାନୀୟ କେବୁଲ ଟିଭି ଓ ମୋବାଇଲ ଫୋନର ବ୍ୟବହାର କରାଯାଇଥାଏ। ବାଲାପରାଇର ଏକ ଛୋଟ ଦଳ ଦିନରେ ହାତୀମାନଙ୍କ ସ୍ଥିତି ବିଷୟରେ ଜାଣିଲାପରେ ସ୍ଥାନୀୟ ଟିଭି ଚାନେଲକୁ ଜଣାଇଥାନ୍ତି।

ଏହି ସମ୍ପର୍କିତ ତଥ୍ୟ ସ୍ଥାନୀୟ କେବୁଲ ଚାନେଲମାନଙ୍କରେ ନିତି ଅପରାହ୍‌ଣ ୪ଟା ବେଳେ ସ୍କ୍ରୋଲିଙ୍ଗ ସମାଚାର ମାଧ୍ୟମରେ ଦିଆଯାଇଥାଏ। ଏହା ବ୍ୟତୀତ ଆଗରୁ ଚେତାବନୀ ଦେବାପାଇଁ ମଧ୍ୟ ଅନେକ ବ୍ୟବସ୍ଥା ରହିଛି। ପ୍ରତିଷ୍ଠାନ ପାଖରେ ଅଢ଼େଇ ହଜାର ସ୍ଥାନୀୟ ନାଗରିକଙ୍କ ଡାଟାବେସ ରହିଛି। ହାତୀମାନଙ୍କ ଗତିପଥର ୨ କିଲୋମିଟର ଦୂରତା ଭିତରେ ରହିଥିବା ଲୋକଙ୍କୁ  ଏସଏମଏସ ପଠାଇ ଦିଆଯାଇଥାଏ। ପ୍ରତିଷ୍ଠାନ ୨୨ଟି ଜାଗାରେ ହାତୀଙ୍କଠାରୁ ବଞ୍ଚିବାପାଇଁ ନାଲି ଏଲଇଡ଼ି ଲାଇଟ ଲଗାଇଛି। ଏକ ବିଶେଷ ସଂଖ୍ୟାକୁ କଲ କରାଗଲେ ଲାଇଟସବୁ ଜଳିଥାଏ।

ବ୍ଲଗର ଡେପୋଣ୍ଟି କହନ୍ତି:

ଅସ୍ତିତ୍ଵ ଓ ସଂଘର୍ଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ।

ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରବଣକୁମାର ବାଲାପରାଇ ପଠାରେ ସ୍ଥାନୀୟ ସ୍ତରରେ ବ୍ୟବହାର କରାଯାଉଥିବା ସହଜ ପ୍ରୟୋଗସବୁ ଏକ ଭିଡ଼ିଓ ସନ୍ଦେଶ ମାଧ୍ୟମରେ ଦର୍ଶାଇଛନ୍ତି :

ବରୁଣ ଅଲଗାର , ଏହି ୟୁଟ୍ୟୁବ ଭିଡ଼ିଓ ଉପରେ ଟିପ୍ପଣୀ ଦେଇ କହିଛନ୍ତି:

ଏଠାରେ ନିଶ୍ଚିତ ଭାବେ କିଛି ଲୋକଙ୍କୁ ପ୍ରେରଣା ମିଳିଥିବ। ଏହି ଭଳି ଉପାୟ ସବୁ ସଂଘର୍ଷ ଥିବା ଜାଗାରେ ସ୍ଵାଗତଯୋଗ୍ୟ। ଏହି ଭଳି ଭଲକାମ କରିଚାଲନ୍ତୁ। ଆଶା, ଏହି ଯାତ୍ରାରେ କିଛି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ଅସ୍ଥିତ୍ଵର ଭାବନା ମଧ୍ୟ ରହିବ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.