ପେସମରଗା ଯୋଦ୍ଧା ନାରୀ ନିଜ ପିଲାକୁ ସ୍ତନ୍ୟପାନ କରାଉଥିବାର ଫଟୋର ବ୍ୟାପକ ଖ୍ୟାତିରେ କୁରଦିସ ମିଡ଼ିଆ ବନ୍ଦୀ

Shared widely online. Photograph by Veronique de Viguerie, September 6, 2014. Veroniquedeviguerie.com.

କୁରଦିସ ମିଡ଼ିଆ ଅନୁଷ୍ଠାନଗଣ ଜଣେ ପେସମେରଗା ମହିଳାଙ୍କ ଫଟୋ ବାବଦୀୟ ଆଲୋଚନାରେ ବାବଦୂକ ସାଜିଛନ୍ତି । ମହିଳାଜଣକ ଏକ ସ୍ୱଂୟଚାଳିତ ବନ୍ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ୍ଷୀର ପିଆଉଛନ୍ତି । ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ କୁରଦିସ ମହିଳାମାନଙ୍କ ଶକ୍ତି ଓ ISIS ବିରୁଦ୍ଧରେ ନାରୀ ଆନ୍ଦୋଳନକୁ ବହୁଗୁଣିତ କରିଛି ।

ବିଭିନ୍ନ ପାଶ୍ଚାତ୍ୟ ଦେଶମାନଙ୍କରେ ସ୍ତନ୍ୟପାନକୁ ନୀଚ ଦେଖାଉଥିବା (ନିକଟରେ ଇଉକେରେ) ବେଳେ କୁରଦିସ ମିଡ଼ିଆ ଏକକାଳୀନ “ଯୋଦ୍ଧା” ଓ “ପାଳକ” ଭୂମିକା ନିଭାଉଥିବା ଏହି ପେସମରଗା ମହିଳାଙ୍କ ସ୍ତନ୍ୟପାନକୁ ଭୁରି ଭୁରି ପ୍ରଶଂସା କରିଛି ।

କୁରଦିସ ଇଣ୍ଟରନେଟ ବ୍ୟବହାରୀମାନେ ମଧ୍ୟ ପରିଚୟ ଜଣା ନଥିବା ଏହି ପେସମରଗା ନାରୀଙ୍କୁ ପ୍ରଶଂସା କରିଛନ୍ତି । ଏରବିଲରୁ କେମଲ ତାହେର ମତ ଦେଇଛନ୍ତି, “କୁରଦିସ୍ଥାନର ଏହି ସିଂହୀଙ୍କ ବାବଦରେ ମୁଁ କଣ କହିବି ଜାଣେନା, ତାଙ୍କୁ ଯୁଦ୍ଧଭୂମିରେ ସଫଳତା କାମନା କରୁଛି, ଭଗବାନ ଆପଣ ସଭିଙ୍କୁ ରକ୍ଷାକରନ୍ତୁ” । ସୁଲେମାନିଆରୁ  ସକର ନିଡ଼ି କହିଛନ୍ତି, “ଆମ ପାଇଁ ଏ ଏକ ଗର୍ବ କରିବା ଭଳି ଉଦାହରଣ” ।

ଇଣ୍ଟରନେଟ ବ୍ୟବହାରୀଗଣ ଫଟୋଗ୍ରାଫର ଭେରୋନିକ ଡି ଭିଗୁଏରିଙ୍କ ଉଠା ଫଟୋ ବିନା ଶ୍ରେୟରେ ବ୍ୟାପକ ଭାବେ ବିତରଣ କରିଛନ୍ତି । ଗୁଗଲର ରିଭର୍ସ ଇମେଜ ସର୍ଚ ବ୍ୟବହାର କରି ଗ୍ଲୋବାଲ ଭଏସେସ ଫଟି ଟୋ ଡି ଭିଗୁଏରିଙ୍କ ଉଠା ଫଟୋ ବୋଲି ଜାଣିବାକୁ ପାଇଲା । (କେଭିନ ରଥରକଙ୍କ ଦେଇ ଦ୍ରଷ୍ଟବ୍ୟଟି ଯୋଡ଼ାଯାଇଛି)

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.