୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ

"ଏହାର (ଓଡ଼ିଆ ଉଇକିପିଡ଼ିଆ) ବିଶାଳତମ ଓଡ଼ିଆ ଏନସାଇକ୍ଲୋପିଡ଼ିଆ ୧୩" କାର୍ଯ୍ୟକ୍ରମ ବ୍ୟାନରthat has a quote "This (Odia Wikipedia) largest online Odia encyclopedia can be edited by you and us". By Subhashish Panigrahi, under CC-by-SA 4.0.

“ଏହି (ଓଡ଼ିଆ ଉଇକିପିଡ଼ିଆ) ବିଶାଳତମ ଅନଲାଇନ ଓଡ଼ିଆ ଏନସାଇକ୍ଲୋପିଡ଼ିଆ” ଆପଣଙ୍କ ଓ ଆମସଭିଙ୍କ ଦ୍ୱାରା ସମ୍ପାଦିତ ହୋଇପାରିବ” ଉକ୍ତି ଥିବା “ଓଡ଼ିଆ ଉଇକିପିଡ଼ିଆ ୧୩″ କାର୍ଯ୍ୟକ୍ରମ ବ୍ୟାନର । ସୁଭାସିସ ପାଣିଗାହିଙ୍କ ଦ୍ୱାରା, CC-by-SA 4.0 ଅଧୀନରେ ବିତରିତ ।

ପ୍ରଥମ ଭାରତୀୟ କେତୋଟି ଉଇକିପିଡ଼ିଆ ଅନ୍ୟତମ ଓଡ଼ିଆ ଉଇକିପିଡ଼ିଆ ଏହି ମାସ ୩ ତାରିଖରେ ତାହାର ୧୩ ବର୍ଷ ବ୍ୟାପୀ ମୁକ୍ତ ଜ୍ଞାନ ବିତରଣର ମହୋତ୍ସବ ପାଳୁଛି ।

ଇଂରାଜୀ ଉଇକିପିଡ଼ିଆ ଆରମ୍ଭ ହେବାର ବର୍ଷେ ପରେ ୨୦୦୨ ମସିହାରେ ଆରମ୍ଭ ହୋଇଲା ଓଡ଼ିଆ ଉଇକିପିଡ଼ିଆ । ଇଉନିକୋଡ଼ରେ ଉପଲବ୍ଧ ଓଡ଼ିଆ ଉଇକିପିଡ଼ିଆ ଏ ଭିତରେ ଓଡ଼ିଆ ଭାଷାର ବିଶାଳତମ ଅନଲାଇନ ଜ୍ଞାନକୋଷ (ଏନସାଇକ୍ଲୋପିଡ଼ିଆ)ରେ ପରିଣତ ହୋଇଛି ।

ଭାରତର ବିଭିନ୍ନ ସ୍ଥାନରେ ରହୁଥିବା ପାଖାପାଖି ୧୭ ଜଣ ସକ୍ରିୟ ସମ୍ପାଦକ (“ଉଇକିଆଳି” ନାମରେ ପରିଚିତ) ଙ୍କ ଦେଇ ସମ୍ପାଦିତ ଓ ୮,୮୦୦ରୁ ଅଧିକ ପ୍ରସଙ୍ଗରେ ଭରା ଏହି ପ୍ରକଳ୍ପଟି ଏକ ଜ୍ଞାନକୋଷରୁ ଅନେକ ଉପରେ । ସ୍ୱେଚ୍ଛାରେ ସମ୍ପାଦନ କରୁଥିବା ସମ୍ପାଦକମାନଙ୍କ ଉଦ୍ୟମ ହେତୁ କପିରାଇଟ ଥିବା ଅନେକ ବହିର ଲାଇସେନ୍ସ କ୍ରିଏଟିଭ କମନ୍ସ ଭଳି ମୁକ୍ତ ଲାଇସେନ୍ସରେ ରୂପାନ୍ତରିତ କରାଯାଇ ସେସବୁକୁ ଇଣ୍ଟରନେଟ ଜରିଆରେ ଅଧିକ ପାଠକଙ୍କ ନିକଟରେ ପହଞ୍ଚାଇବାର ବାଟ ତିଆରି ହୋଇଛି । ଏହା ଛଡ଼ା ଲେଖକ ଓ ସ୍ୱତ୍ୱାଧୀକାରୀ (କପିରାଇଟ ମାଲିକ)ଙ୍କ ସହ ସନ୍ଧି କରି ଅନେକ ଉପାଦେୟ ରଚନା ଇଣ୍ଟରନେଟରେ ଉପଲବ୍ଧ କରାଯାଉଛି ।

ଉଇକିଆଳିମାନେ ଜଗତରେ ଜଣାଶୁଣା ଉଇକିପିଡ଼ିଆ ଏଜୁକେସନ ପ୍ରୋଗ୍ରାମ ଭଳି ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇ ପାଖାପାଖି ୨,୦୦୦ରୁ ଅଧିକ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ବିଭିନ୍ନ ବିଷୟରେ ଲେଖିବା ବାବଦରେ ଶିଖାଇଛନ୍ତି ।

ନିଜର ୧୩ଶ ଜନ୍ମବାର୍ଷିକୀ ପାଇଁ ଉଇକିପିଡିଆ ସଂଘ ଏକ କ୍ୟାରେକ୍ଟର-ଏନକୋଡିଂ କନଭର୍ଟର ବିତରଣ କରିବାର ଯୋଜନା କରୁଛି ଯାହା ସରକାରୀ ପୋର୍ଟାଲ ସହ ଖବରକାଗଜ, ଜର୍ଣାଲ ଓ ପତ୍ରିକାମାନଙ୍କରେ ଥିବା ବହୁ ପରିମାଣର ବିଷୟସବୁ ଅଣ-ଇଉନିକୋଡ଼ କ୍ୟାରେକ୍ଟର-ଏନକୋଡିଂମୁକ୍ତ କରିବାରେ ସାହାଯ୍ୟ କରିବ, ଯାହା ଆଗରୁ ବ୍ୟବହାରକାରୀମାନଙ୍କୁ ଡିଜିଟାଲ-ପର୍ଯ୍ୟବସିତ ବିଷୟ ଗୁଡ଼ିକୁ ଖୋଜିବାରେ ଓ ପୁନଃବ୍ୟବହାର କରିବାରେ ବାରଣ କରୁଥିଲା।

ଓଡ଼ିଆ ଉଇକିପିଡିଆରେ  ପୃଷ୍ଠା ଦେଖଣା ସଂଖ୍ୟା (୨୦୦୮-୨୦୧୫).

ଓଡ଼ିଆ ଉଇକିପିଡିଆରେ ପୃଷ୍ଠା ଦେଖଣା ସଂଖ୍ୟା (୨୦୦୮-୨୦୧୫).

ଓଡ଼ିଆ ଭାଷା (ଭାରତର ମ ସର୍ବାଧିକ କଥିତ ଭାଷା) ପ୍ରାୟ ୪୦ ମିଲିଅନରୁ ଅଧିକ ଲୋକଙ୍କ ଦ୍ଵାରା ଭାରତୀୟ ରାଜ୍ୟ ଓଡ଼ିଶା, ଏହାର ପଡ଼ୋଶୀ ରାଜ୍ୟ ଓ ରାଜ୍ୟ ତଥା ଦେଶ ବାହାରେ ଥିବା ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା କଥିତ।

ଦକ୍ଷିଣ ଏସିଆର ଅନ୍ୟତମ ପୁରୁଣା ଭାଷା ଭାବେ ଗୃହୀତ ଓ ୫୦୦୦ ବର୍ଷରୁ ଅଧିକ ସାହିତ୍ୟ ଐତିହ୍ୟ ଥିବା ଓଡ଼ିଆ ଭାଷାକୁ ଭାରତୀୟ ସରକାରଙ୍କ ଦ୍ଵାରା “ଶାସ୍ତ୍ରୀୟ ମାନ୍ୟତା” ଦିଆଯାଇଥିଲେ ହେଁ ଯଦିଓ ଏହାର ଅନଲାଇନ ଉପସ୍ଥିତି ଆଶାତୀତ ଦୃଷ୍ଟି ଆକର୍ଷଣ କରିପାରିନାହିଁ ।

ପ୍ରାୟ ସବୁ ଅନଲାଇନ ଓଡ଼ିଆ ଖବରକାଗଜ ଅଣ-ଇଉନିକୋଡ଼ ବା ସେମାନଙ୍କ ନିଜର ଏନକୋଡିଂରେ ବା ଛବି ଭାବେ ଉପଲବ୍ଧ । ଯେତେଦୂର ସମ୍ଭବ ଏହା ସେମାନଙ୍କୁ ସର୍ଚ ଇଞ୍ଜିନରେ ପୂରା ଅଦୃଶ୍ୟ କରିଦିଏ ।

ସେହିଭଳି ରାଜ୍ୟ ସରକାରଙ୍କ ପୋର୍ଟାଲଗୁଡ଼ିକରେ ଓଡ଼ିଆ ଭାଷା ବ୍ୟବହାର ନହେବା ଅଥବା କେବଳ ଅଣ-ମୁକ୍ତ ଏନକୋଡିଂ ପଦ୍ଧତିର ବ୍ୟବହାର ଦେଖାଯାଏ । ଏହାର ସମ୍ମୁଖୀନ ହେବାପାଇଁ ଓଡ଼ିଆ ଉଇକିପିଡିଆ ଦ୍ଵାରା ଏକାଧିକ କ୍ୟାରେକ୍ଟର ଏନକୋଡିଂ କନଭର୍ଟର ତିଆରି କରାଯାଇଛି ଯାହା ବିଭିନ୍ନ ଅଣ-ଇଉନିକୋଡ଼ ପଦ୍ଧତିରୁ ଇଉନିକୋଡ଼କୁ ବଦଳାଇବାରେ ସାହାଯ୍ୟ କରିବ।
ଏହି ନୂଆ ଉପକରଣ ଖବରକାଗଜରୁ ଆରମ୍ଭକରି ପତ୍ରିକା ଓ ସରକାରୀ ଜର୍ଣ୍ଣାଲ ଓ ପୋର୍ଟାଲ ପର୍ଯ୍ୟନ୍ତ ସବୁ ଉତ୍ସରୁ ବିଭିନ୍ନ ବିଷୟବସ୍ତୁ ଏକସଙ୍ଗେ ଇଉନିକୋଡ଼ରେ ବଦଳାଇବା ପାଇଁ ତିଆରି ଫଳରେ ବିଷୟବସ୍ତୁସବୁକୁ ଓଡ଼ିଆ ଉଇକିପିଡିଆକୁ ସମୃଦ୍ଧ କରିବାରେ ଓ ସାଧରଣତଃ ଭାଷାର ଅନଲାଇନ ପାଠକସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିବ।
୨୦୧୧ରେ ସମ୍ପାଦକମାନେ ସକ୍ରିୟ ହେବାବେଳକୁ ଓଡ଼ିଆ ଉଇକିପିଡ଼ିଆର ପ୍ରସଙ୍ଗମାନ ସେତେ ସମୃଦ୍ଧ ନଥିଲା ।
ସେ ଚିକିତ୍ସା ବିଜ୍ଞାନ ହେଉ କିମ୍ବା ଓଡ଼ିଆ ରାନ୍ଧଣା, ଏହା ପରଠୁ ଏହାର ବିଷୟଗୁଡିକ ଅଧିକରୁ ଅଧିକ ବଢ଼ିଚାଲିଲା ।
ବିଷୟସବୁ କିପରି ଇଣ୍ଟରନେଟ ଚଳାନ୍ତି, ପ୍ରକଳ୍ପର ପାଠକ ସଂଖ୍ୟାରେ ଆଶାତୀତ ବୃଦ୍ଧି ଏହାର ଏକ ଦୃଢ଼ ଉଦାହରଣ । କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିବା ଏହି ପ୍ରକଳ୍ପର ମାସିକ ପାଠକ ସଂଖ୍ୟା ଯାହା କେଇ ହଜାର ଯାଏଁ ସୀମିତ ଥିଲା ତାହା କେବଳ ୨୦୧୫ ମାର୍ଚ ମାସରେ ୮,୦୮,୮୩୪ ସଂଖ୍ୟକ ପାଠକଙ୍କ ଦ୍ଵାରା ପଢ଼ାଯାଇଛି।
କିଶୋରାବସ୍ଥାରେ ପାଦ ରଖିବାକୁ ଯାଉଥିବା ଓଡ଼ିଆ ଉଇକିପିଡିଆର ୧୩ଶ ଜନ୍ମଦିନ ପାଳନ କରିବାପାଇଁ ଉଇକିମିଡିଆ ସଂଘ ଜୁନ ୩ ଓଡିଶାର ରାଜଧାନୀ ଭୁବନେଶ୍ଵରରେ ଏକାଠି ହଉଛି।

କାର୍ଯ୍ୟକ୍ରମ ବିବରଣୀ : https://or.wikipedia.org/s/sml

* ଉଇକିପିଡିଆ ଓ ଅନ୍ୟ କିଛି ପୋର୍ଟାଲ ବିଶ୍ୱରେ ଗ୍ରହଣ କରାଯାଇଥିବା ମାନକ କ୍ୟାରେକ୍ଟର ଏନକୋଡିଂ ଇଉନିକୋଡ଼ର ସମର୍ଥନ ତଥା ପ୍ରଚାର କରିଥାନ୍ତି । ଏହା ସମାନତାର ପ୍ରଚାର କରିବା ସହ ଓ ସୂଚନା କ୍ଷତିକୁ ରୋକିଥାଏ । ଏହା ବିଷୟ ଖୋଜିବା, ପୁନଃବ୍ୟବହାର ଓ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଶ୍ରେଷ୍ଠ ଏନକୋଡିଂ ପଦ୍ଧତି ।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.