ଅନୁବାଦକ ଆବେଦନ ଫର୍ମ

ସ୍ୱେଚ୍ଛାସେବୀ ଅନୁବାଦକମାନଙ୍କ ସହଯୋଗରେ ଗ୍ଲୋବାଲ ଭଏସେସ ଲିଙ୍ଗୁଆ ପ୍ରକଳ୍ପ ଗ୍ଲୋବାଲ ଭଏସେସର କାହାଣୀମାନଙ୍କୁ ବହୁଗୁଣିତ କରିଥାଏ । ୩୦ରୁ ଅଧିକ ଭାଷାକୁ ବିଭିନ୍ନ ବିଷୟବସ୍ତୁ ଅନୁବାଦ କରି ଏହା ଅଣ-ଇଂରାଜୀ ଭାଷାଭାଷୀ ବ୍ଲଗର ଓ ପାଠକଙ୍କ ଭିତରେ ଏହା ଯୋଗାଯୋଗର ଧାରା ଖୋଲିଦିଏ ।

ଆମେ ଆମର ଯେକୌଣସି ଭାଷାରୁ ଇଂରାଜୀକୁ ଅନୁବାଦ କରିପାରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଖବର ଲିଖନ ପାଇଁ ଲେଖକ ଭାବେ ଯୋଗଦେବା ପାଇଁ ମଧ୍ୟ ଆମନ୍ତ୍ରଣ କରୁଛୁ । ଯଦି ଆପଣ ଜଣେ ଅନୁବାଦକ ନୁହଁନ୍ତି, ତେବେ ସାହାଯ୍ୟ କରିବା ପାଇଁ ଅନେକ ବାଟ ଅଛି !

ଆମ ସହିତ ସାରା ଜଗତରୁ ୫୦୦ରୁ ଅଧିକ ସ୍ୱେଚ୍ଛାସେବୀ ଅନୁବାଦକ ଅଛନ୍ତି । ଅମ ଦଳରେ ଯୋଗଦେବା ପାଇଁ, ଆପଣଙ୍କୁ ଏହି ଆବେଦନ ଫର୍ମ ଭରିବାକୁ ପଡ଼ିବ । ଆଗକୁ କଣ କରାଯିବ ସେ ବାବଦରେ ଉପଯୁକ୍ତ ସମ୍ପାଦକ ଆପଣଙ୍କ ସଙ୍ଗେ ଯୋଗାଯୋଗ କରି ଆଲୋଚନା କରିବେ ।

ଯଦି ଆପଣଙ୍କର ଭାଷା ତଳ ଫର୍ମରେ ନାହିଁ, ତେବେ ଏହି ଲେଖାର ଡାହାଣ ପାଖେ ଥିବା ଉପଯୁକ୍ତ ଭାଷା/ଅନୁବାଦ ବ୍ୟବହାର କରନ୍ତୁ ।

ଖେଦର ସହ କହିବାକୁ ପଡ଼ୁଛି ଯେ ଆମେ ଅଧୁନା ଇଂରାଜୀ ଅନୁବାଦକମାନଙ୍କୁ ଗ୍ରହଣ କରିପାରୁନାହୁଁ । ଉଭୟ କାମ କରିପାରୁଥିବା ଅବଦାନକାରୀଙ୍କୁ ଆମେ ଆମନ୍ତ୍ରଣ କରୁଛୁ ଯେଉଁମାନେ ଅନୁବାଦ କରିପାରିବେ ତଥା ନିଜର ରୁଚିଥିବା ଓ ଅଭିଜ୍ଞତା ଥିବା ଦେଶଗୁଡ଼ିକ ବାବଦରେ ଲେଖିପାରିବେ । ଯଦି ଆପଣ ତାହା କରିପାରିବେ ବୋଲି ଭାବୁଛନ୍ତି ତେବେ ଏହି ଆବେଦନ ଫର୍ମରେ ଆବେଦନ କରନ୍ତୁ ।