ଗ୍ଲୋବାଲ ଭଏସେସ କଣ?

ଆମେ ଏକ ୮୦୦ରୁ ଅଧିକ ଲେଖକ, ଆନାଲିଷ୍ଟ, ଅନଲାଇନ ମିଡିଆ ବିଶେଷଜ୍ଞ ଏବଂ ଅନୁବାଦକଙ୍କୁ ନେଇ ଗଠିତ ଏକ ସୀମାହୀନ ବିଶାଳ ସ୍ୱେଚ୍ଛାସେବୀ ସମାଜ ।

ଆମେମାନେ ୧୬୭ ଦେଶର ବ୍ଲଗରୁ, ସ୍ୱାଧୀନ ପ୍ରେସରୁ ଏବଂ ସୋସିଆଲ ମିଡିଆଠାରୁ ଇଣ୍ଟରନେଟରେ ହଜିଯାଇଥିବା ଚର୍ଚ୍ଚିତ ଖବରମାନ ଲେଖୁ, ପରଖୁ, ଅନୁବାଦ କରୁ ।

ଜଗତର ଅନେକ ମନୋରଞ୍ଜକ ଓ ମୁଖ୍ୟ ଖବରସବୁ ଗୋଟିଏ ସ୍ଥାନରେ ମିଳେନାହିଁ । କେବେ କେବେ ସେସବୁ ଇତସ୍ତତ ହୋଇ ଇଣ୍ଟରନେଟରେ ଖଣ୍ଡ ବିଖଣ୍ଡିତ ହୋଇ, ବ୍ଲଗ ଲେଖାରେ ଏବଂ ଟୁଇଟରେ ତଥା ଭିନ୍ନ ଭିନ୍ନ ଭାଷାରେ ରହିଥାଏ । ଏହି ସବୁ କାହାଣୀ ଆମେ ଗ୍ଲୋବାଲ ଭଏସେସରେ ପରିବେଷଣ କରୁ—ଏବଂ ମାଲାଗାସି, ବଙ୍ଗଳା ଓ ଆଇମାରା ଆଦି ୩୦ ଗୋଟି ଭାଷାରେ ଅନୁବାଦ କରୁ ।

ଆମେ କଣ କରୁ?

ଉପସ୍ଥାପନା: ଆମର ବିଶ୍ୱାସୀ ସମ୍ପାଦକ ଓ ଲେଖକଗଣ ୧୬୭ ଦେଶର ଖବର ଏକ ସମ୍ପୂର୍ଣ୍ଣ ଭର୍ଚୁଆଲ ଖବରଘରୁ ପରିବେଷଣ କରିଥାନ୍ତି ।

ଅନୁବାଦ: ଆମର ବିଶ୍ୱସ୍ତରୀୟ ଅନୁବାଦକଗଣ ଆମର କାହାଣୀସବୁକୁ ୩୦ରୁ ଅଧିକ ଭାଷାରେ ଅନୁବାଦ କରି ପରିବେଷଣ କରିଥାନ୍ତି ।

ସ୍ୱର ଉତ୍ତୋଳନ: ଆମର ଆଡଭୋକ୍ସ ପ୍ରକଳ୍ପ ଅନଲାଇନ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ସହିତ ସେନସରସିପ ବିରୋଧରେ ଲଢ଼ାଇ କରିଥାନ୍ତି ।

ସଶକ୍ତିକରଣ: ଆମର ରାଇଜିଂ ଭଏସେସ ପ୍ରକଳ୍ପ ବିଛିନ୍ନ ଓ ସଙ୍କୁଚିତ ସମାଜମାନଙ୍କୁ ଉପକରଣ, କୌଶଳ ଓ ସହଯୋଗ ଯୋଗାଇ ବଳ ଯୋଗାଇଥାଏ ।

ଯୋଗାଯୋଗ: ଆମେ ଆମର ବିଶ୍ୱସ୍ତରୀୟ ଅବଦାନକାରୀ ଓ ଜନତାଙ୍କ ଲାଗି ସମ୍ମିଳନୀର ଆୟୋଜନ କରିଥାଉ । ଗତ ୧୦ ବର୍ଷ ଭିତରେ ଶହ ଶହ ଲୋକ ୮ଟି ଅଲଗା ଅଲଗା ଦେଶରେ ଭେଟିସାରିଛନ୍ତି ।

ଆମର ସମସ୍ତ ପ୍ରକଳ୍ପ ବାବଦରେ ଏଠାରୁ ଜାଣନ୍ତୁ ।

ଲକ୍ଷ

ବାବଦରେ ଏଠାରୁ ଜାଣନ୍ତୁ ।
ଆମେ ବିଛିନ୍ନ ଓ ସଙ୍କୁଚିତ ସମାଜମାନଙ୍କରୁ ସବୁଠାରୁ ଅଧିକ ସମ୍ମୋହକ ଓ ମୁଖ୍ୟ କାହାଣୀମାନ ଆଣିଥାଉ । ଆମେ ଅନଲାଇନ ସେନସରସିପ ବିରୋଧରେ କହୁ ଏବଂ ଲୋକଙ୍କ ପାଇଁ ନୂଆ ନୂଆ ବାଟରେ ଇଣ୍ଟରନେଟରେ ସଂଯୋଗ ନିମନ୍ତେ ସହଯୋଗ କରୁ ।

ଆମର ଚଳଣି

ଆମେ ସୀମା ସେପାରେ ବୁଝାମଣା ଓ ବନ୍ଧୁତା ନାମରେ କୌତୁହଳତା, ସଚ୍ଚୋଟପଣିଆ ଓ ଯୋଗାଯୋଗସମ୍ପନ୍ନତାକୁ ସମ୍ମାନ ଦେଉ । ନ୍ୟାୟ, ସମାନତା ଏବଂ ସହାନୁଭୂତିକୁ ସମ୍ମାନ ଦେଉଥିବା ଲୋକଙ୍କୁ ସହଯୋଗ କରିବା ଆମର ଲକ୍ଷ ।

ଅଧିକ ଜାଣିବାକୁ ଚାହାଁନ୍ତି? ଆମର ଅଧିକ ପଚରାଯାଉଥିବା ପ୍ରଶ୍ନୋତ୍ତର (FAQ) ପଢ଼ନ୍ତୁ ।